X Close
X
9826003456

୨୦୨୦ରେ ଭୁବନେଶ୍ୱର ଆର୍ଟ ସମିଟ୍‌


Prompt-Times-510-1210x642
ଭୁବନେଶ୍ୱର/ରାଇପୁର: ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅଜର୍ର୍ନ କରିଥିବା କଳାକାରମାନଙ୍କ ଚିତ୍ରକଳାକୁ ନେଇ ଭୁବନେଶ୍ୱର ‘ଆର୍ଟ ସମିଟ୍‌ ୨୦୧୯’ର ପ୍ରି-ଶୋ ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରି ପରିସରରେ ଆୟୋଜିତ ହୋଇଛି। ଭୁବନେଶ୍ୱର ଆର୍ଟ କାଉନ୍‌ସିଲ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶନିବାରଠାରୁ ଆରମ୍ଭ ହୋଇଥିବାବେଳେ ସୋମବାର ଉଦ୍‌ଯାପିତ ହେବ। ଆସନ୍ତା

୨୦୨୦ ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ଏକ ପ୍ରି-ଶୋ’ଭାବେ ଏହା ଆୟୋଜିତ ହେଉଛି। ରାକେଶ ରତନ ନାଥଙ୍କ କନ୍‌ସେପ୍ଟରେ ଆୟୋଜିତ ଏହି ଶୋ’ରେ ପରିବର୍ତ୍ତନ ମହାନ୍ତି, ସୁଜିତ ମଲ୍ଲିକ, ଦେବାଶିଷ ମିଶ୍ର, ପୂର୍ଣ୍ଣିମା ବେହେରା, ଦୀପ୍ତି ବିଶ୍ୱାଳ, ଶିବାନୀ ପଟ୍ଟନାୟକ, ଜ୍ୟୋତିପ୍ରକାଶ ମିଶ୍ର ପ୍ରମୁଖଙ୍କ ଚିତ୍ରକଳା ଏଠାରେ ପ୍ରଦର୍ଶିତ ହୋଇଛି। କ୍ଷୀତିଶ ଦାଶ ଏବଂ ମାହେଶ୍ୱରୀ ପଟ୍ଟନାୟକ ପ୍ରଦର୍ଶନୀ ପରିଚାଳନା ଦାୟିତ୍ୱରେ ଅଛନ୍ତି।
  (PROMPT TIMES)
Prompt Times