X Close
X
9826003456

କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି


Prompt-Times-578-1210x642

କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡା ଅଫିସ: ଦିନକୁ ଦିନ ଜିଲାରେ ବେରୋଜଗାର ଯୁବତୀଯୁବକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଏହାର ସୁଯୋଗ ନେଇ ବାହାରୁ ବିଭିନ୍ନ ନାଁରେ ସଂସ୍ଥାଗୁଡିକ ଡେରା ପକାଇ କୌଶଳ ଶିକ୍ଷା ଦେବା ନାଁରେ ବିଭିନ୍ନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧରେ ସଂସ୍ଥାରେ ତାଲିମ ଗ୍ରହଣ କରୁଥିବା ଯୁବତୀଯୁବକମାନେ ନୂଆପଡା ଆସି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ ଉଦ୍ୟାନବନ୍ଧରେ ବେକାର ଯୁବତୀଯୁବକମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଗ୍ରାମୀଣ କୌଶଳ ଯୋଜନାରୁ ତାଲିମ ପ୍ରଦାନ କରାଯିବାକୁ ଏକ ଅନୁଷ୍ଠାନରେ ବ୍ୟବସ୍ଥା କରାଯାଇଥିଲା । ଓଡିଶା ଜୀବିକା ମିଶନ ତରଫରୁ ଏମପିକନ ଲିମିଟେଡ ଜରିଆରେ ୪ଟି ବ୍ୟାଚରେ ୧୨୦ଜଣ ଯୁବତୀଯୁବକଙ୍କୁ ନର୍ସିଂ ତାଲିମ ପ୍ରଦାନ କରାଯାଇଥିଲା । ଏହିଭଳି ଗତ ଏପ୍ରିଲରୁ ୩୦ଜଣ ଯୁବତୀଯୁବକଙ୍କୁ ଭାରତ ସରକାରଙ୍କ ଗ୍ରାମୀଣ କୌଶଳ ଯୋଜନା (ପିଏମକେଭିୱାଇ)ରୁ କଟକର ବିଦ୍ୟାଳୟ ରିଫର ମେଟିଭ ଆକାଡେମୀ ଜରିଆରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ତାଲିମ ନେଉଥିବା ଯୁବତୀଯୁବକମାନଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉ ନ ଥିବାବେଳେ ଷ୍ଟାଇପେଣ୍ଡର ବ୍ୟବସ୍ଥା ମଧ୍ୟ ମିଳୁନାହିଁ । ଏମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏଟିଏମ ପାସ ବହି ଆଦି ରଖି ନେଇଥିବା ଅଭିଯୋଗ ହୋଇଛି । ଏଥିରେ ନିୟୋଜିତ କର୍ମଚାରୀମାନଙ୍କୁ ମାସାଧିକକାଳ ଦରମା ପ୍ରଦାନ କରାଯାଉ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ଯୁବତୀଯୁବକମାନଙ୍କ ନାଁରେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି। ଏହି ସବୁ ଅଭିଯୋଗ ନେଇ ଯୁବତୀଯୁବକମାନେ ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଜଣାଇଛନ୍ତି । ଯୁବତୀଯୁବକମାନଙ୍କ ସହ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ ଆସି ଜିଲାପାଳଙ୍କୁ ଏହାର ସରଜମିନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଏହା ଉପରେ ଆକାଡେମୀ ପରିଚାଳକ ପ୍ରଶାନ୍ତ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରେ ଆଜିକୁ ପ୍ରାୟ ମାସେ ହେବ କେନ୍ଦ୍ର ଚାଲିଥିଲା । ଆଜକୁ ୧୫ ଦିନ କାର୍ଯ୍ୟକ୍ରମ ବନ୍ଦ ହୋଇପଡିଛି । ଏହାକୁ ଆଗକୁ ପୁନଃକାର୍ଯ୍ୟକ୍ଷମ କରାଯିବ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ଅନ୍ୟତ୍ର ସ୍ଥାପନ କରି ତାଲିମ କାର୍ଯ୍ୟ ଚଳାଇ ପିଲାଙ୍କୁ ଥଇଥାନ ପାଇଁ ଯୋଜନା ରହିଛି ବୋଲି କହିଛନ୍ତି । ପିଲାଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନ ଥିବା କହିଛନ୍ତି । ଟ୍ରେନରମାନଙ୍କୁ ଦରମା ଦେଇ ନ ଥିବା କଥାକୁ ସ୍ବୀକାର କରିଛନ୍ତି ।

The post କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି appeared first on .

(PROMPT TIMES)
Prompt Times