X Close
X
9826003456

କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁ ପଡ଼ିବା ଘଟଣା: ବଦଳିଲେ ଖେଳ ଶିକ୍ଷୟିତ୍ରୀ


Gadwal:

ଭୁବନେଶ୍ୱର/ରାଇପୁର: ବଦଳିଲେ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବଂ ଅଭିଭାବକଙ୍କ ଧାରଣା ପରେ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ଏନେଇ ଭୁବନେଶ୍ୱର ରିଜିଅନ୍‌ ଡେପୁଟି କମିଶନର ଚିଠି କରିଛନ୍ତି।

ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀଙ୍କ ନିର୍ଯାତନାରେ ଅତିଷ୍ଟ ହୋଇ କେଭି-୩ର ଜଣେ ଛାତ୍ରୀ ତୃତୀୟ ମହଲା ଛାତ ଉପରୁ ଶୁକ୍ରବାର ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ଦୁଇଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ, ହାତ ସମେତ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଥିଲା। ଏବେ ତାଙ୍କର ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ କରାଯାଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏନେଇ ଛାତ୍ରୀଙ୍କ ମା’ ପ୍ରତିମା ସାସମଲ ଅଭିଯୋଗ କରିବା ପରେ ଶିକ୍ଷୟିତ୍ରୀଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ହସ୍ପିଟାଲକୁ ଯାଇ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି।

ଶନିବାର ଏହାକୁ ନେଇ ଅଭିଭାବକମାନେ କର୍ତ୍ତୃପକ୍ଷଙ୍କ ଅଫିସ ଘେରାଉ କରି ଖେଳ ଶିକ୍ଷୟିତ୍ରୀ ଏବଂ ପ୍ରିନ୍ସିପାଲଙ୍କ ନିଲମ୍ବନ ଦାବି କରି ଅହୋରାତ୍ର ଧାରଣାରେ ବସିଥିଲେ। ବିଭିନ୍ନ ସମୟରେ ଛାତ୍ରୀଙ୍କ ଚୁଟି କାଟିଦେବା ସହ ଘଣ୍ଟାଘଣ୍ଟା ଧରି ପଡ଼ିଆରେ ପିଲାଙ୍କୁ ଆଣ୍ଠେଇ ଦିଅନ୍ତି। ଏପରିକି ପିଲାଙ୍କ ଚରିତ୍ରକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ। ପ୍ରିନ୍ସପାଲ ଏହା ଜାଣୁଥିଲେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଦୋଷକୁ ଘଣ୍ଟ ଘୋଡ଼ାଇଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ କହିଥିଲେ।

ଜିତେନ୍ଦ୍ର ମିତ୍ର
ଦକ୍ଷୀଣ ଓଡିଶା

The post କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁ ପଡ଼ିବା ଘଟଣା: ବଦଳିଲେ ଖେଳ ଶିକ୍ଷୟିତ୍ରୀ appeared first on Prompt Times.

Prompt Times